ୱାଶିଂଟନ୍,ଏଜେନ୍ସି: ଆମେରିକାର ଇଣ୍ଡିଆନା ମଲ୍ରେ ଭୀଷଣ ଗୁଳିମାଡ଼ ହୋଇଛି । ଜଣେ ଦୁର୍ବୃତ୍ତ ଇଣ୍ଡିଆନା ମଲ୍ରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ କରିଛି । ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ତେବେ ଆତତାୟୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି ।
ଇଣ୍ଡିଆନା ମଲରେ ଗୁଳିମାଡ଼ ଘଟଣାରେ ଆକ୍ରମଣକାରୀ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କର ଚିକିତ୍ସା ଜାରି ରହିଛି । ପୋଲିସ କହିଛି ଯେ, ରବିବାର ସନ୍ଧ୍ୟାରେ ଆମେରିକୀୟ ସମୟ ୬ଟାରେ ଏହି ଗୁଳିମାଡ଼ ହୋଇଛି । ଗ୍ରୀଡ଼ଉଡ ପୋଲିସ ଡିପାର୍ଟମେଣ୍ଟର ମୁଖ୍ୟ ଜିମ ଇସାନ ଅନୁସାରେ ଇଣ୍ଡିଆନା ମଲରେ ହୋଇଥିବା ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟାରେ ଇମାରଜେନ୍ସି କଲ ସେଣ୍ଟର ପକ୍ଷରୁ ଏହି ଖବର ମିଳିଥିଲା ।