ବେଙ୍ଗାଲୁରୁରେ ପରିବେଷିତ ହେବ ଓଡ଼ିଆ ନାଟକ ସମୁଦ୍ରରେ ରାଜହଂସୀ ଓ ଅଧେ ଅଧୁରୀ

ବେଙ୍ଗାଲୁରୁ,ଏଜେନ୍ସି: ଓଡ଼ିଶାର ପରିଚିତ ନାଟ୍ୟ ସଂସ୍ଥା ଜୀବନ ରେଖା ପକ୍ଷରୁ ବେଙ୍ଗାଲୁରୁ କଗଦାସପୁରା ଠାରେ ଥିବା ଫୁଡ଼ ନେସନ ଠାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୀବନ ରେଖା ନାଟ୍ୟ ସଂସ୍ଥା ପକ୍ଷରୁ ଗତ ୨୩ ଓ ୨୪ ତାରିଖ ଦିନ ସାଢେ ୩ଟାରୁ ସାନ୍ଧ୍ୟ ସାଢେ ୭ଟା ପର୍ଯ୍ୟନ୍ତ ବେଙ୍ଗାଲୁରୁ ହ୍ବାଇଟ୍‌ ଫିଲ୍ଡ ସ୍ଥିତ ଜାଗୃତି ଥିଏଟରରେ ପରିବେଷିତ ହେବକୁ ଯାଉଛି ଦୁଇଟି ନାଟକ ସମୁଦ୍ରରେ ରାଜହଂସୀ ଓ ଅଧେ ଅଧୁରୀ। ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।

ନିର୍ଦ୍ଦେଶକ ଅଭିନ୍ନ ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ବୈଜ୍ଞାନିକ ନିହାର ରଞ୍ଜନ ସାମନ୍ତରାୟ, ବୈଜ୍ଞାନିକ ଡ. ଶରତ ଦାଶ, ଡ. ପ୍ରତାପ ପାଣି, ସାହିତ୍ୟିକ ତାପସ ରାଜ ମହାରଣା ପ୍ରମୁଖ ଯୋଗଦେଇଥିଲେ। ଜୀବନ ରେଖା ନାଟ୍ୟ ଅନୁଷ୍ଠାନ ଓଡ଼ିଶାର ଏକ ପରିଚିତ ହେବା ସହ ଶୃଙ୍ଖଳିତ ଦଳ ଭାବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି। ସଦାସର୍ବଦା ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ପରିବେଷଣ କରି ବାହାର ରାଜ୍ୟର ଓଡ଼ିଆ ସ୍ୱଭିମାନକୁ ବଜାୟ ରଖିଛି। ଏଥିସହିତ ଏହି ଦୁଇଟି ନାଟକ ଦ୍ୱାରା ଓଡ଼ିଆ ପରମ୍ପରା ଉପରେ ପରିବେଷିତ ହେବ। ପ୍ରବସୀ ଓଡ଼ିଆ ମାନେ ଦେଖନ୍ତୁ ଓ ମଜା ନିଅନ୍ତୁ ବୋଲି କହିଛନ୍ତି ନିର୍ଦ୍ଦେଶ କ ଶ୍ରୀ ରାଉତରାୟ। ଏଥି ସହିତ ପ୍ରବାସୀ ଓଡ଼ିଆଙ୍କ ସହଯୋଗ ରହିଛି। ଏହା ଏକ ଉଚ୍ଚ କୋଟିର ପ୍ରୟାସ ସହିତ ପ୍ରଥମ ଥର ବେଙ୍ଗାଲୁରୁରେ ଏହି ଓଡ଼ିଆ ନାଟକ ପରିବେଷିତ ହେଉଛି। ତେଣୁ ସମସ୍ତେ ଆସନ୍ତୁ ଏବଂ ଏହି ଦୁଇଟି ନାଟକ ଦେଖନ୍ତୁ ବୋଲି କହିଛନ୍ତି ଅତିଥି। ଏହି କାର୍ଯ୍ୟକ୍ରମରେ ବହୁ ପ୍ରବସୀ ଓଡ଼ିଆ ଯୋଗଦେଇଛନ୍ତି।