ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ବିଜେପିର ଦୀପ ଦାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ରାଜ୍ୟର ସମସ୍ତ ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି ବିଜେପି କର୍ମୀ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଜ୍ୟର ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିଛି ବିଜେପି । ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରନ୍ତୁ ବୋଲି ବିଜେପି କର୍ମୀ ପ୍ରାର୍ଥନା କରିଛନ୍ତି । ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ଵରେ ଆଜି ରାଜଧାନୀ ଲିଙ୍ଗରାଜ ମନ୍ଦିରରେ ଦୀପ ଦାନ କରିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା ।

ଆସନ୍ତାକାଲି(ସୋମବାର) ରାଷ୍ଟ୍ରପତି ନିର୍ବାଚନ । ଓଡ଼ିଆ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଏନ୍‌ଡିଏ । ତାଙ୍କୁ ବିଜୟୀ କରିବା ପାଇଁ ରାଜ୍ୟର ସମସ୍ତ ମନ୍ଦିରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ କରିଥିଲା ବିଜେପି । ଭୁବନେଶ୍ୱରରେ ଜିଲ୍ଲା ବିଜେପି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଦୀପଦାନ ଏବଂ ମହାଯଜ୍ଞର ଆୟୋଜନ କରାଯାଇଛି । ସେପଟେ ଦ୍ରୌପଦୀ ମୁର୍ମୁ ଏକ ପ୍ରକାର ବିଜୟୀ ହେବା ନେଇ ସୁନିଶ୍ଚିତ ହୋଇଛି । କାରଣ ବିଜେଡି ସହ ଏକାଧିକ ଆଞ୍ଚଳିକ ଦଳ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଏଣୁ ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିଳିବ ବୋଲି ମତ ରଖିଛନ୍ତି ରାଜନୈତିକ ବିଶାରଦ ।