ଧରାପଡ଼ିଲା ୨ ଗୋରୁ ବୋଝେଇ କଣ୍ଟେନର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରରେ ଶନିବାର ସକାଳେ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବାବେଳେ ପୁଲିସ ତାକୁ ଜବତ କରିଛି। ସୂଚନା ଅନୁଯାୟୀ ଆଜି ଭୋରରେ ପଶ୍ଚିମବଙ୍ଗକୁ ଚୋରାରେ ଗୋ’ ଚାଲାଣ ହେଉଥିବାବେଳେ ବେଳେ ସେରଗଡ ବିସିଇଟି କଲେଜ ନିକଟରେ ଲୋକେ ଏହି ଗୋରୁ ବୋଝେଇ କଣ୍ଟେନରକୁ ଧରିଥିଲେ ।

ଟୋଲ ଗେଟ ପାର ହେଉଥିବା ବେଳେ ଲୋକଙ୍କ ହାତରେ ୨ଟି କଣ୍ଟେନର ଧରାପଡିଥିଲା। ସେହିପରି ଅନ୍ୟ ୩ଟି କଣ୍ଟେନର ଟୋଲ ଗେଟ୍ ପାର ହୋଇଯାଇ ଖସିଯାଇଥିଲା। ତେବେ ଏହି କଣ୍ଟେନରରେ ଡାକ ପାର୍ସଲ ଲେଖା ରହିଥିଲା। ଫଳରେ ପୁଲିସର ଏହି ଗାଡ଼ି ପ୍ରତି ସନ୍ଦେହ ହେଉନଥିଲା। ଏହି ପରିପ୍ରେକ୍ଷୀରେ କଣ୍ଟେନରରେ ପ୍ରାୟ ୨୦୦ରୁ ୨୫୦ ଗୋରୁଙ୍କୁ ଅତି ଦୟନୀୟ ଭାବେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା।