ଝାରସୁଗୁଡା,ଏନ୍ଏନ୍ଏସ୍: ଦିଲ୍ଲୀରେ ଆୟୋଜିତ “ମାଷ୍ଟର୍ସ ଅଫ୍ ଟପ୍ ପ୍ରୋଫେସନାଲ ଗୋଲ୍ଡେନ ୱିଙ୍ଗ୍ସ ଆୱାର୍ଡ”ରେ ଶ୍ରେଷ୍ଠ ମଡେଲ ଟାଇଟଲ ହାତେଇଛନ୍ତି ଝାରସୁଗୁଡ଼ାର ପ୍ରିୟାଂଶୀ ତନ୍ତୀ । ଅନେକ ସୁପର ମଡେଲ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଆୱାର୍ଡ ଜିତିଛନ୍ତି । ପ୍ରିୟାଂଶୀ ଜଣେ ଗୃହିଣୀ ଅଟନ୍ତି । ପିଲାବେଳୁ ତାଙ୍କର ମେଡେଲିଂ ପ୍ରତି ଖୁବ୍ ଦୁର୍ବଳତା ରହିଥିଲା ।
କିନ୍ତୁ ଏକ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିବାରୁ ତାଙ୍କର ମଡେଲ ହେବାର ଇଚ୍ଛା ଅଧୁରା ରହିଯାଇଥିଲା । କିନ୍ତୁ ବିବାହ ପରେ ତାଙ୍କ ସ୍ବାମୀଙ୍କ ସହଯୋଗରେ ଝାରସୁଗୁଡ଼ାରେ ଆୟୋଜିତ ଏକ ବିୟୁଟି ଏକ୍ସପୋରେ ଭାଗ ନେଇ ରନର ଅଫ୍ ଟାଇଟଲ ପାଇଥିଲେ । ଏହାପରେ ଦିଲ୍ଲୀରେ ଆୟୋଜିତ “ମାଷ୍ଟର୍ସ ଅଫ୍ ଟପ୍ ପ୍ରୋଫେସନାଲ ଗୋଲ୍ଡେନ ୱିଙ୍ଗ୍ସ ଆୱାର୍ଡ” ପ୍ରତିଯୋଗୀତାରେ ବେଷ୍ଟ ମଡେଲ ଟାଇଟଲ ହାତେଇଛନ୍ତି ।