ଭାରତୀୟ ଅର୍ଥନୀତି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, ୩ ଚାଇନିଜ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର ଜାରିକଲା ଇଓଡବ୍ଲୁ

ଭୁବନେଶ୍ବର,ଏନ୍ଏନ୍ଏସ୍: ବେଆଇନ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ଭାରତରେ ଅପରେଟ ହେଉଥିବା ବେଆଇନ୍‌ ଲୋନ ଆପ୍‌ ପଛରେ ସାମ୍ନାକୁ ଆସିଛି ଆଉ ୩ ଜଣଙ୍କ ଚାଇନିଜ୍‌ ଲିଙ୍କ୍‌ । ଏମାନଙ୍କ ନାମରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଛି BOI(Bureau of Immigration) । ଏହି ତିନି ଚୀନ୍‌ ବ୍ୟକ୍ତି ହେଉଛନ୍ତି ସେନ୍‌ ଜେହୁଆ, କୁଆନ ହୁଙ୍ଗାଇ, ୟାଙ୍ଗ ହାଇଂ । ଏହାପୁର୍ବରୁ ଲିୟୁ ୟି ନାମକ ବ୍ୟକ୍ତିଙ୍କ ନାମରେ ଲୁକ ଆଉଟ ନୋଟିସ୍‌ ଜାରି କରାଯାଇଛି ।