କିଭ୍,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗତ ଫେବୃଆରୀ ମାସ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ବିରାମ ନେବା ଲକ୍ଷ୍ୟରେ ନାହିଁ । ଯୁଦ୍ଧ ବନ୍ଦ ନେଇ ଭାରତ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରିଥିଲେ ମଧ୍ୟ ଏହା ଫେଲ ହୋଇଛି । ଏହାରି ମଧ୍ୟରେ ରୁଷିଆ ପୁଣି ଥରେ ୟୁକ୍ରେନ୍ ଉପରେ ରକେଟ୍ ମାଡ଼ କରିଛି, ଯେଉଁଥିରେ କି ୧୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷିଆ ଶନିବାର ଦିନ ୟୁକ୍ରେନ୍ର ଅନେକ ଅଞ୍ଚଳରେ ରକେଟ ମାଡ଼ କରିଛି । ଏହି ଆକ୍ରମଣରେ ଅତିକମରେ ୧୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ପ୍ରମୁଖ କହିଛନ୍ତି ଯେ, ଉତ୍ତର ୟୁକ୍ରେନର ଚୁହୁଇଭ ସହରରେ ଶନିବାର ଭୋର ସକାଳୁ ରୁଷିଆ ପକ୍ଷରୁ ରକେଟ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣଙ୍କୁ ଆହତ ହୋଇଥିଲେ । ଚୁହୁଇବ ରୁଷୀୟ ସୀମା ଠାରୁ ୧୨୦ କିମି ଦୂର । ଏତଦ ବ୍ୟତୀତ ୟୁକ୍ରେନ୍ର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ରୁଷିଆ ରକେଟ୍ ଆକ୍ରମଣ କରିଛି, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।