ଇମ୍ଫାଲ,ଏଜେନ୍ସି: ଦେଶର ପୂର୍ବୋତ୍ତର ରାଜ୍ୟରେ ଶନିବାର-ରବିବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଥିଲା । ମାତ୍ର ଭୂମିକମ୍ପ ଯୋଗୁଁ କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି ।
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଭୂକମ୍ପର ଝଟକା ମଣିପୁରର ମୋଇରାଙ୍ଗର ପୂର୍ବ ଓ ଦକ୍ଷିଣ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୯୪କିମି ମପାଯାଇଛି । ଏହାର କେନ୍ଦ୍ରସ୍ଥଳ ରାଜଧାନୀ ମଣିପୁର ଠାରୁ ୬୬ କିମି ଦୂରରେ ଥିଲା । ଶନିବାର ରାତି ମୋଇରାଙ୍ଗରେ ସବୁକିଛି ସାଧାରଣ ଥିଲା । କିନ୍ତୁ ରାତିରେ ପୃଥିବୀ ଅଚାନକ ଥରିିବାକୁ ଲାଗିଥିଲା । ଲୋକେ ଘର ଭିତରୁ ବାହାରକୁ ପଳାୟନ କରିଥିଲେ । ଭୂମିକମ୍ପ ଶନିବାର ରାତି ପାଖାପାଖି ୧୧ଟାରେ ହୋଇଥିଲା । ତେବେ ଖୁସିର କଥା ହେଲା ଯେ, ଭୂମିକମ୍ପରେ କାହାରି କିଛି କ୍ଷତି ହୋଇନାହିଁ ।