ରୁଦ୍ରପ୍ରୟାଗରେ ଭୂସ୍ଖଳନ: ବଦ୍ରୀନାଥ-ଋଷିକେଶ ଜାତୀୟ ରଜପଥରେ ଦୁର୍ଘଟଣାରୁ ବର୍ତ୍ତିଲେ ଲୋକେ

ଡେରାଡୁନ୍‌,ଏଜେନ୍ସି: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ମୌସୁମୀ ଏବେ ସକ୍ରିୟ ରହିଛି । ଉତ୍ତର ଭାରତରେ ପ୍ରବଳ ବର୍ଷା ହୋଇଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ଦୁର୍ଘଟଣାରୁ କିନ୍ତୁ ଲୋକେ ବର୍ତ୍ତି ଯାଇଛନ୍ତି । ବଦ୍ରୀନାଥ-ଋଷିକେଶ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି ।

ଉତ୍ତରାଖଣ୍ଡର କେବଳ ସମତଳ ଅଞ୍ଚଳରେ ନୁହେଁ । ବରଂ ପାହାଡ଼ିଆ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ଅନେକଗୁଡ଼ିଏ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ କାରଣରୁ ଅନେକ ରାସ୍ତାରେ ଯାତାୟତ ବନ୍ଦ ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଡେରାଡୁନରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତାପମାତ୍ରା କଥା ଯଦି କହିବା ରାଜ୍ୟରେ ସର୍ବାଧିକ ୩୫ ଓ ସର୍ବନିମ୍ନ ୨୫ ଡିଗ୍ରୀ ରହିବ । ବର୍ଷା ଏବେ ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ସକ୍ରିୟ ରହିଛି ।