ପାଗଳା କୁକୁର କାମୁଡ଼ାରେ ୫ ଆହତ

ବାଲେଶ୍ବର, ଖଇରା,ଏନ୍ଏନ୍ଏସ୍: ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାରାପୁର ଗ୍ରାମରେ ପାଗଳା କୁକୁର କାମୁଡ଼ାରେ ୫ଜଣ ଗୁରୁତର ଆହାତ ହୋଇଛନ୍ତି।ଘଟଣାରୁ ପ୍ରକାଶଯେ ଏକ ପାଗଳ କୁକୁର ବାରାପୁର ଗ୍ରାମରେ ଆତଙ୍କ ସୃଷ୍ଟି କରିବା ସହିତ ୨ଜଣ ଶିଶୁଙ୍କ ସମେତ ଅନ୍ୟ ୩ଜଣଙ୍କୁ କାମୁଡି କ୍ଷତବିକ୍ଷତ କରିପକାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣମାନେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଥିଲେ।ଗୁରୁତର ହୋଇଥିବା ବ୍ୟକ୍ତି ମାନେ ହେଲେ ଦୀନବନ୍ଧୁ ମାଝୀ, ହରପ୍ରିୟା ସାହୁ,ଜ୍ୟୋତ୍ରୀମୟୀ ମାଝୀ, ପ୍ରାଥସାରଥୀ ନାୟକ ପ୍ରମୁଖ ଭଦ୍ରକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।