ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଲୋନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଛନ୍ତି । ମୋଦୀ ଆଜି ସକାଳେ ଏକ ବିଶେଷ ବିମାନରେ କାନପୁର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ସ୍ୱାଗତ କରିଥିଲେ । ସେଠାରୁ ମୋଦୀ ଜାଲୋନ ଯାଇଥିଲେ ।
ସୂଚନାଯୋଗ୍ୟ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ମଧ୍ୟରୁ ଅନ୍ୟତମ । ଏହାର ଶିଳାନ୍ୟାସ ୨୦୨୦ ଫେବୃଆରୀରେ କରାଯାଇଥିଲା । ୨୦୨୩ ଫେବୃଆରୀରେ ଯୋଜନା ଶେଷ କରିବାର ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୮ ମାସ ପୂର୍ବରୁ ଏହି କାର୍ଯ୍ୟ ସରିଯାଇଛି ।