ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଡାକ୍ତରଖାନା ପରିସରରେ ବୁଲା କୁକୁରଙ୍କ ଆତଙ୍କ ଦେଖାଦେଇଛି। କୁକୁରଙ୍କ ଆକ୍ରମଣରେ ଜଣେ ସ୍କୁଲ ଛାତ୍ରୀ ସମେତ ୮ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତରଖାନାକୁ ଲୋକ ଆସୁଥିବା ବେଳେ ଏକ ବୁଲା କୁକୁର ଆକ୍ରାମକ ହୋଇ କାମୁଡ଼ିବାକୁ ଗୋଡାଇଥିଲା।
ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ନିକଟରେ ଥିବା କନ୍ୟାଆଶ୍ରମକୁ କୁକୁରଟି ପଶିଯାଇଥିଲା। ସେଠାରେ ଜଣେ ଛାତ୍ରୀଙ୍କୁ କୁକୁର କାମୁଡି ଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏବଂ ବୁଲା କୁକୁରଙ୍କ ଆତଙ୍କ ସୃଷ୍ଟି ହୋଇ ଥିବା ବେଳେ ଡାକ୍ତରଖାନାକୁ ଆସିବା ପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି।