ସ୍ୱାତୀଙ୍କ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ସଇଁନ୍ତଲା,ଏନ୍ଏନ୍ଏସ୍: ପିଲା ବେଳେ ପୁଅ କିମ୍ବା ଝିଅଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଥାଏ।ସେହି ପ୍ରତିଭାକୁ ନେଇ କିଏ ଆଗକୁ ବଢ଼ିବାର ସୁଯୋଗ ହାସଲ କରିଥାଏ ତ ଆଉ କିଏ ସୁଯୋଗ ପାଏ ନାହିଁ। ତେବେ ଆମେ ଏଭଳି ଏକ ଉଦାହରଣ ସୃଷ୍ଟି କରିଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ କଥା କହୁଛୁ, ଯିଏକି ନିଶା ବୋଲି ନୃତ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଅଞ୍ଚଳ ପାଇଁ ଗର୍ବ ଓ ଗୌରବମୟ ହୋଇ ପାରିଛନ୍ତି। ଅବସରପ୍ରାପ୍ତ ଶିକ୍ଷକ ଶେଷ ଦେବ ଯାନୀ ଓ ଶିକ୍ଷୟିତ୍ରୀ ମାଆ ରେବତୀ ମାଝୀଙ୍କ ସ୍ୱାତୀମୟୀ ଯାନୀ (ଆଶା-୨୧)ଙ୍କ କଥା କହୁଛୁ। ଛୋଟ ବେଳରୁ ହିଁ ସେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଅନେକ ସ୍ଥାନରେ ପୁରସ୍କୃତ ହାସଲ କରି ସାରିଛନ୍ତି। ବର୍ତ୍ତମାନ ବଲାଙ୍ଗିର ସୁଶ୍ରୀରେ ନର୍ସିଂ ପାଠ ପଢୁଛନ୍ତି। ତାଙ୍କର ନୃତ୍ୟକୁ ଦେଖିବା ପାଇଁ ଦର୍ଶକ ମାନେ ଚାତକ ପରି ଅନାଇ ବସି ଥାଆନ୍ତି।

କ୍ଷୁଦ୍ରଚଳଚିତ୍ର ଛି, ଫଟା ବାଦଲ ଭଳି ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରି ସାରିଛନ୍ତି। ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ନୃତ୍ୟ ପରିବେଷଣ କରି ପୁରସ୍କୃତ ମଧ୍ୟ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ ମଧ୍ୟ କରିସାରିଛନ୍ତି। ଏଭଳି ଏକ ସୁନ୍ଦର ପ୍ରତିଭାର ଅଧିକାରିଣୀଙ୍କ ପାଇଁ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମିଳିଛି।କୁନି କୁନି ପିଲା ମାନଙ୍କୁ ମଧ୍ୟ ପ୍ରତ୍ୟେକ ଦିନ କିଛି ସମୟ ବାହାର କରି ନୃତ୍ୟ ରେ ଶିକ୍ଷା ଦାନ ମଧ୍ୟ ଦିଅନ୍ତି। ଯଦି ସୁଯୋଗ ମିଳେ ତେବେ ଅଭିନୟ କରିବା ପାଇଁ ଚଳଚ୍ଚିତ୍ରରେ ହିରୋଇନ ହେବାର ତାଙ୍କର ଲକ୍ଷ ବୋଲି କହିଛନ୍ତି।