୨ୟ ଟି-୨୦: ଶତକ ହାସଲକାରୀ ହୀପକ ହୁଡ୍ଡାଙ୍କୁ ଚୂଡାନ୍ତ ଏକାଦଶରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ,ଏଜେନ୍ସି: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟି କରିଥିଲା ଏବଂ ସ୍କୋର ୧୭୦ ରନ୍ କରିଥିଲା । ଏହି ମ୍ୟାଚ ସ୍ୱତନ୍ତ୍ର ଥିଲା କାରଣ ଭାରତ ସଫଳତାର ସହିତ ପ୍ରତ୍ୟାବର୍ତ୍ତନ କରିଛି । ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ । କିନ୍ତୁ ସେ ମାତ୍ର ୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ ।

ବିରାଟ କୋହଲି ନିଜର ସ୍ପଟ ୩ ନମ୍ବରରେ ହିଁ ବ୍ୟାଟିଂ କରିଥିଲେ । ସେ କେବଳ ୨ଟି ବଲ୍ ସାମ୍ନା କରି ପାଭିଲଅନ ଫେରି ଯାଇଥିଲେ । ବିରାଟ କୋହଲି ଫ୍ଲପ ହେବା ପରେ ପ୍ରଶଂସକମାନେ ରାଗିଯାଇଛନ୍ତି । ବିରାଟଙ୍କୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କାରଣ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କିଛି ଟି-୨୦ ଦୀପକ ହୁଡ୍ଡା ଖେଳିଥିଲେ । ନମ୍ବର ୩ରେ ଆସି ଦୀପକ ହୁଡ୍ଡା ଲଗାତାର ଭଲ ପ୍ରଦର୍ଶନ କରିଥିଲେ । ଆୟରଲାଣ୍ଡ ବିପକ୍ଷରେ ଶତକ ଓ ତିନିଟ ପାଳିରେ ସେ ୧୮୪ ରନ୍ କରିଥିଲେ ।

ଦୀପକ ହୁଡ୍ଡାଙ୍କ ୩ ପାଳି ଇଂଲଣ୍ଡ ବିପକ୍ଷରେ ୩୩ ଓ ଆୟରଲାଣ୍ଡା ବିପକ୍ଷରେ ୧୦୪ ଓ ଅପରାଜିତ ୪୭ ରନ୍ କରିଛନ୍ତି। ତେବେ ଦୀପକ ହୁଡ୍ଡା ଏତେ ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନମିଳିବା ଦୁଃଖର ବିଷୟ । କିନ୍ତୁ ପୂର୍ବରୁ ମଧ୍ୟ ଏଭଳି ସନ୍ଦେହ ହୋଇଥିଲା ଯେ, ଯେତେବେଳେ ଷ୍ଟାର ଖେଳାଳି ଟିମ୍‌କୁ ଫେରିବେ ଯୁବ କ୍ରିକେଟରଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ ।