ବିଣାପାଣି ଗ୍ୟାସ ଅଫିସରେ ଅଗ୍ନିକାଣ୍ଡ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଥିବା ବୀଣାପାଣି ଗ୍ୟାସ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ହଠାତ ଗ୍ୟାସ ଅଫିସରେ ନିଆଁ ଲାଗି ଧୁଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ । ଉକ୍ତ ଅଫିସକୁ ଲାଗିଥିବା ୟୁନିୟନ ବ୍ୟାଙ୍କକୁ ମଧ୍ୟ ନିଆଁ ଲାଗି ଯାଇଥିଲା । ପରେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ।