ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ

ବ୍ରହ୍ମଗିରି,ଏନ୍ଏନ୍ଏସ୍: ଚିଲିକା ମଧ୍ୟରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡା ଯାତ୍ରା ଆରମ୍ଭ କରିଥିବା ଏହି ଭସାପୋଲଟି ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟ ଛାଡ଼ିଥିଲା । ଫସି ରହିଥିବା ଭସାପୋଲରେ ୧୫ଟି ମଟୋର ସାଇକେଲ, ୫ଟି ଚାରିଚକିଆ ଯାନ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ରହିଥିବା ଦେଖିବାକୁ ମିଳିଛି ।

ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ଯାତ୍ରୀବାହୀ ଭସାପୋଲ ସନ୍ଧ୍ୟା ୫ଟା ସମୟରେ ଜହ୍ନିକୁଦା ଘାଟରୁ ବାହାରିଥିଲା । ତେବେ ୫୦୦ ମିଟର ଯିବାପରେ ଦୀର୍ଘ ସମୟ ଧରି ଚିଲିକା ମଝିରେ ଅଟକି ରହିଥିବା ଜଣାପଡ଼ିଛି ।