ନୂଆଦିଲ୍ଲୀ,ଏଜେନ୍ସି: ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅର୍ଥ ହେରଫେର ମାମଲାରେ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କ ପତ୍ନୀ ପୁନମ ଜୈନଙ୍କୁ ସମନ ଜାରି ହୋଇଛି। ଆସନ୍ତା ସପ୍ତାହ ଇଡ଼ିରେ ହାଜିର ହେବାକୁ ସମନ ଜାରି ହୋଇଛି। ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବାର ୨ ମାସ ପରେ ଇଡ଼ି ଏହି ପଦକ୍ଷେପ ନେଇଛି।
ଏଥିସହିତ ଅନୁଷ୍କା ଜୈନ, ବୈଭବ ଜୈନ, ନବୀନ ଜୈନ, ସିଦ୍ଧାର୍ଥ ଜୈନ(ରାମ ପ୍ରକାଶ ଜୁଏଲର୍ସର ନିର୍ଦ୍ଦେଶକ), ଲାଲ ସିଂହ ଜୀବନ ବିଜ୍ଞାନ ଟ୍ରଷ୍ଟର ଚେୟାରମ୍ୟାନ୍ ଜିଏସ୍ ମଲ୍ହୋତ୍ରା, ୟୋଗେଶ କୁମାର ଜୈନ, ଅନୁଷ୍କା ଜୈନଙ୍କ ବାପାଙ୍କ ଉପରେ ଇଡ଼ି ନଜର ରଖିଥିବା ସୂଚନା ଦେଇଛି।