ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମରୁଆ ପଞ୍ଚୟତର ଗଞ୍ଜାଉଡ଼ାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଜିନ୍ଦ୍ର ମିର୍ଦ୍ଧଙ୍କ ପଦୋନ୍ନତୀ ହୋଇ ଝାରବନ୍ଦ ସ୍କୁଲକୁ ବଦଳି ହୋଇଛି । ଅନ୍ୟପଟେ ପାଢ଼େଲ ସ୍କୁଲରୁ ଅନ୍ୟଜଣେ ମହିଳା ଶିକ୍ଷୟତ୍ରୀଙ୍କୁ ଗଞ୍ଜାଉଡ଼ାରକୁ ବଦଳି ହୋଇଛି । ଏହାର ପ୍ରତିବାଦରେ ଆଜି ଗଞ୍ଜାଉଡ଼ା ସ୍କୁଲ କମିଟିର ସଦସ୍ୟମାନେ ପ୍ରତିବାଦ କରି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଏହି ସ୍କୁଲରେ ସର୍ବମୋଟ ୧୭୧ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀପର୍ଯ୍ୟନ୍ତ ରହିଛି । ଉକ୍ତ ସ୍କୁଲରେ ୫ଜଣ ଶିକ୍ଷୟତ୍ରୀ ଓ ୨ଜଣ ଶିକ୍ଷକ ଅଛନ୍ତି । ସେଥିମଧ୍ୟରୁ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଛି । ତେଣୁ ସ୍କୁଲ କମିଟି ବଦଳି ବାତିଲ ପାଇଁ ସ୍କୁଲରେ ତାଲା ପକାଇ ଥିବା ଜଣାଯାଏ । ଖବର ପାଇ ସିଆରସିସି ଗୌର ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିଛନ୍ତି ।