ମହାରାଷ୍ଟ୍ର: ମହାରାଷ୍ଟ୍ର ଶାସନରେ ପରିବର୍ତ୍ତନ ହେବା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଆଉ ଏବେ ସିନ୍ଦେ ସରକାର କ୍ୟାନେଟ ବିସ୍ତାର କରିବାକୁ ନେଇ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କ୍ୟାବିନେଟ ୨ଟି ଚରଣରେ ବିସ୍ତାର କରାଯିବ । ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏବଂ ଦ୍ୱିତୀୟଟି ନିର୍ବାଚନ ପରେ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, କ୍ୟାବିନେଟ ବିସ୍ତାରର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ସରିଛି । ମହାରାଷ୍ଟ୍ର କ୍ୟାବିନେଟରେ ବିଜେପିର ୨୮ ମନ୍ତ୍ରୀ ରହିବେ ଏବଂ ସେଥିରୁ ୮ ରାଜ୍ୟମନ୍ତ୍ରୀ ହେବେ । ବିଜେପିକୁ ଗୃହ, ଅର୍ଥ, ପିଡବ୍ଲ୍ୟୁଡି, ହାଉସିଂ, ଶକ୍ତି, ଗ୍ରାମ ବିକାଶ, ଖେଳ ଓ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯିବ ।