ସଇଁନ୍ତଲା,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନ ହେବ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଦାବି କରିବା ସହ ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି । ସେହି ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜନସାଧାରଣ ଓ ଯୁବଗୋଷ୍ଠୀ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ବିଧାନସଭା ଘେରାଉ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୟ ଜଗନ୍ନାଥ କଲା ପରିଷଦ କୁମ୍ଭାରୀର ବୁଲୁ, ସୌମ୍ୟ, ଶତ୍ରୁଘ୍ନ , ଶଙ୍କର, ଭୀମ, ସୁରୁ, ମିଥୁନ ଓ ଜୟନ୍ତ ପ୍ରମୁଖ ସାମିଲ ହୋଇ ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ କୋଶଲ ରାଜ୍ୟ ଦାବି କରିଛନ୍ତି ।