ଆଉ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ତ୍ରୁଟି, ମୁମ୍ବାଇରେ ନିରାପଦ ଅବତରଣ

ନୂଆଦିଲ୍ଲୀ,ଏଜେନ୍ସି: ଦିନକରେ ସ୍ପାଇସ୍‌ ଜେଟ୍‌ର ଦୁଇଟି ବିମାନରେ ତ୍ରୁଟି ଦେଖାଦେଇଛି। ଯାହକୁ ନେଇ ସେମାନଙ୍କୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ଆଜି ସକାଳେ ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଦିଲ୍ଲୀରୁ ଦୁବାଇ ଯାଉଥିବା ବେଳେ ସେଥିରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେଇଥିଲା। ଫଳରେ ଏହି ବିମାନଟିକୁ ପାକିସ୍ତାନର କରାଚିଠାରେ ଜରୁରୀ ଅବତରଣ କରାଯାଇଥିଲା। ଏହାର ପରେ ପୁଣି ଆଜି ଅପରାହ୍ଣରେ ଆଉ ଏକ ସ୍ପାଇସ୍‌ ଜେଟ୍‌ ବିମାନ ଯାହାକି କନ୍ଦଲାରୁ ମୁମ୍ବାଇ ଯାଉଥିବା ବେଳେ ମଝି ଆକାଶରେ ଏହାର ଉଇଣ୍ଡସିଲ୍ଡ ପ୍ୟାନରେ ଫାଟ ଦେଖାଦେଇଥିଲା। ଏଥିସହିତ ବିମାନଟି ଉଡାଣ ଭରି ମୁମ୍ବାଇରେ ନିରାପଦ ଅବତରଣ କରିଛି। ତେବେ ଯାତ୍ରୀ ମାନେ ସୁରକ୍ଷିତ ଥିବା ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଦିନକ ଭିତରେ ସ୍ପାଇସ୍‌ ଜେଟ୍‌ କମ୍ପାନୀର ୨ଟି ବିମାନରେ ତ୍ରୁଟି ଦେଖା ଦେଇଛି। ଏଥିସହିତ ଗତ ୧୭ ଦିନ ମଧ୍ୟରେ ସ୍ପାଇସ୍‌ ଜେଟ୍‌ର ୬ଟି ବିମାନରେ ତ୍ରୁଟି ଦେଖା ଦେଇଛି। ଏହି ଘଟଣାକୁ ଡିଜିସିଏ ଗୁରୁତର ଭାବେ ନେଇଛନ୍ତି।