ବିଜେପି ପକ୍ଷରୁ ନଦୀ ସୁରକ୍ଷା ଓ ବୃକ୍ଷ ରୋପଣ

ଟିଟିଲାଗଡ଼/ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବିଜେପୁର ତେଲନଦୀର ଡଙ୍ଗାଘାଟ ଠାରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ତେଲନଦୀ ଡଙ୍ଗାଘାଟ ରାସ୍ତା ସଫୋଇ କରାଯାଇଥିଲା। ପରେ ନଦୀ ପଠାରେ ଆମ୍ବ, ନିମ, ପଣସ, କରଞ୍ଜ ଗଛ ଆଦି ରୋପଣ କରାଯାଇଥିଲା। ସଭା ଶେଷରେ ତେଲନଦୀ ମାତାଙ୍କୁ ପୂଜନ କରାଯିବା ସହିତ ଆଳତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଂଯୋଜକ ମହେଶ୍ବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିବା ବେଳେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଜିଲ୍ଲା ସଂଯୋଜକ ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ଵରେ ଅନୁଷ୍ଠିତ ହେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସହ ସଂଯୋଜକ ଦିବ୍ୟ ଶଙ୍କର ଭୋଇ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, ନୃସିଂହ ସିଂହ, ତରୁଣ କୁମାର ମାଝୀ, ଗତିକୃଷ୍ଣ ବଗର୍ତ୍ତୀ, ରମେଶ ପଣ୍ଡା, ପବିତ୍ର କୁମାର ସାହୁ, ଗୁଣନିଧି ପଟେଲ, ଅକ୍ଷୟ କୁମାର ରଣା, ସୁରେଶ କୁମାର ଦନ୍ତା, ନରେନ୍ଦ୍ର କୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ।