ତୁର୍ଲାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର ବନପାଳ ଅରବିନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ, ସମ୍ମାନିତ ଅତିଥି ଭାବେ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୂପିନ୍ଦ୍ର ବନଗୁଲା, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ, ଆମ ଜଙ୍ଗଲ ଯୋଜନାର ଟିମ ଲିଡ଼ର ସଂଜୀବ ପଣ୍ଡା, ଆମ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗ ଓ ସମାଜ କର୍ମୀ ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଖେଳ ପଡ଼ିଆ ଚାରି ପାଖ ଏବଂ ବିଦ୍ୟାଳୟ ପରିସରେ ଶତାଧିକ ଚାରା ରୋପଣ କରାଯାଇଥିଲା । ଏଥିରେ ବନରକ୍ଷୀ ମହେନ୍ଦ୍ର କାଲସାଏ, ପଦ୍ମା ମୁଣ୍ଡା, ରାଜେନ୍ଦ୍ର ଧରୁଆ, ମିଥୁନ ମିର୍ଧା, ଶିକ୍ଷକ ଦୟା ସାଗର ମର୍ହି ଓ ଲଛମନ କାଲସାଏଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭାନପୁର ହାଇସ୍କୁଲ ଓ କେନ୍ଦୁଭଟା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି ।