ପିଲାଙ୍କୁ ମନେ ପକାଇ ବିଧାନସଭାରେ ଭାବବିହ୍ୱଳ ହେଲେ ଏକନାଥ ସିନ୍ଦେ

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାରେ ଆଜି ଶିବସେନା ଓ ବିଜେପି ମିଶି ବହୁ ପ୍ରତିକ୍ଷୀତ ଫ୍ଲୋର ଟେଷ୍ଟ ପାସ୍ କରିଛନ୍ତି । ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ର ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜର ୨ ସନ୍ତାନଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ ଯେ, ମୋ ୨ ସନ୍ତାନଙ୍କ ମୃତ୍ୟୁ ହେବା ସମୟରେ ଆନନ୍ଦ ଦିଘେ ମୋତେ ବୁଝାଇଥିଲେ । ସେତେବେଳେ ଭାବୁଥିଲି କାହା ପାଇଁ ବଞ୍ଚିବି, ମୁଁ ପରିବାର ସହ ରହିବି । ବାଲ ଠାକରେ ଓ ଆନନ୍ଦ ଦିଘେଙ୍କ ଆଶୀର୍ବାଦରୁ ଆଜି ଏକାନଥ ସିନ୍ଦେ ସରକାର ଗଠନ ହୋଇଛି । ମୋ ସହ ଗତ ୧୦ରୁ ୧୫ ଦିନ ହେବ ଶିବସେନାର ୪୦ ବିଧାୟକ ଓ ୧୧ ନିର୍ଦ୍ଦଳୀୟ ବିଧାୟକ ଆସ୍ଥା ପ୍ରକଟ କରି ଏତେ ବଡ଼ ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ଅଶେଷ ଧନ୍ୟବାଦ ।