ମନ ମୋହିଲା ବରାହ ଓ ନୃସିଂହ ଅବତାର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ମାଉସୀ ମା’ ମନ୍ଦିରରେ ପ୍ରତିଦିନ ପ୍ରଭୁ ଜଗନ୍ନାଥ ବିଭିନ୍ନ ବେଶରେ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦ୍ୱିତୀୟ ଦିନରେ ପ୍ରଭୁଙ୍କ ବରାହ ଓ ନୃସିଂହ ଅବତାର ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷିତ କରିଛି । ଏହି ବେଶ ଦେଖିବା ପାଇଁ ପାଟଣାଗଡ଼ ସହର ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି ।