ଇମ୍ଫାଲ,ଏଜେନ୍ସି: ମଣିପୁର ନୋନିରେ ହୋଇଥିବା ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ। ଆଜି ସୁଦ୍ଧା ମୋଟ ୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ୨୩ ଜଣ ଯବାନ ରହିଛନ୍ତି। ଏବେ ମଧ୍ୟ ଆଉ ୨୮ ଜଣ ନିଖୋଜଙ୍କର ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ସେନା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ।