ଇମ୍ଫାଲ,ଏଜେନ୍ସି: ମଣିପୁରର ନୈନି ଜିଲ୍ଲାରେ ଟେରିଟୋରିଆାଲ ଆର୍ମି କ୍ୟାମ୍ପ ନିକଟରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୨୦ ଜଣ ଯବାନ ରହିଛନ୍ତି। ଅନ୍ୟପଟେ ୧୩ ଜଣ ଯବାନ ଓ ୫ ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୪ ଜଣ ଏବେବି ନିଖୋଜ ଅଛନ୍ତି।
ବୁଧବାର ଦିନ ନୈନିର ଟେରିଟୋରିଆଲ୍ ଆର୍ମି କ୍ୟାମ୍ପ ନିକଟରେ ନିର୍ମାଣାଧିନ ଥିବା ଏକ ରେଳ କନଷ୍ଟ୍ରକସନ ସ୍ଥଳିରେ ଏହି ଭୂସ୍ଖଳନ ଘଟିଥିଲା। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନା, ଆସାମ ରାଇଫଲ, ଏନ୍ଡିଆର୍ଏଫ୍ ନିୟୋଜିତ ହୋଇଥିଲେ ବି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଏହା ବିଳମ୍ବ ହେଉଛି।
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପ୍ରତି ୫୦ ହଜାର ଟଙ୍କା ଲେଖାଏଁ ସହାୟତାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯବାନଙ୍କ ମଧ୍ୟରେ ୯ ଜଣ ଯବାନ ପଶ୍ଚିମବଙ୍ଗର ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି।