ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ବେଳଗାଁ ଭୀମଖୁଲେନ ଖେଳ ପଡ଼ିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଲଗାଁ ଜିଲ୍ଲା ପରିଷଦ ସଭ୍ୟା ରିତାରାଣୀ ହାତୀ, ବ୍ଲକ ସଂଗଠନର ସମ୍ପାଦକ ବିନୟ ଭୋଇ, କୋଷାଧ୍ୟକ୍ଷ ଦିଲ୍ଲୀପ ବଗର୍ତ୍ତି, ଉପଦେଷ୍ଟା ସୁଦାମ ଚରଣ ମହାକୁଡ଼, ସମ୍ପାଦକ ଡୋଲାମଣି ଥପା ଓ ଚନ୍ଦ୍ର ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସାମିଲ ହୋଇଥିଲେ ।