ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଚିତ୍ରଦୁର୍ଗ ଏରୋନୋଟିକାଲ୍ ଟେଷ୍ଟ୍ ରେଞ୍ଜ୍ରେ ଡିଆରଡିଓକୁ ଜବରଦସ୍ତ ସଫଳତା। ସ୍ୱଂୟଚାଳିତ ଯୁଦ୍ଧ ବିମାନର ସଫଳ ଅଟୋନୋମସ୍ ୱିଙ୍ଗ୍ ଟେକ୍ନୋଲୋଜୀ ଡେମୋନଷ୍ଟ୍ରେଟର ପରୀକ୍ଷଣ ହୋଇଛି। ଆକାଶ ମାର୍ଗରେ ଏହାର ଗତି ଓ କ୍ଷମତାର ଅନୁଧ୍ୟାନ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ। ଏହି ସ୍ବୟଂ ଚାଳିତ ବିମାନର ସଫଳ ପୂର୍ବକ ପରୀକ୍ଷଣ ହୋଇଛି। ଫଳରେ ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ବାୟୁସେନା।
ଏହାକୁ ନେଇ ଟ୍ବିଟ୍ କରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଟ୍ବିଟ୍ କରି କହିଛନ୍ତି ଯେ, “ସ୍ବଚାଳିତ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ ପାଇଁ ମୁଁ ଡ଼ିଆର୍ଡ଼ିଓକୁ ଶୁଭେଚ୍ଛା ଜଣାଉଛି। ସ୍ବଚାଳିତ ବିମାନ ବିକଶିତ କରିବାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। ମିଲିଟାରୀ ସିଷ୍ଟମରକୁ ସଶକ୍ତ କରିବା ଏହା ଆତ୍ମନିର୍ଭର ଭାରତର ମଧ୍ୟ ଏକ ସଫଳତା।”
