ଚେନ୍ନାଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚେନ୍ନାଇ,ଏଜେନ୍ସି: ଚେନ୍ନାଇରେ ଶୁକ୍ରବାର ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ପରେ ସେଠାରୁ ସେ ମାମଲାପୁରମ ଯାଇ ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଭେଟିବେ। ଅନ୍ୟପଟେ ଚୀନର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଏକ ସ୍ୱତନ୍ତ୍ର ବିମାନରେ ବେଇଜିଂରୁ ଚେନ୍ନାଇ ଆସିବେ। ସେହିପରି ଉଭୟ ଭାରତ ଓ ଚୀନ ମଧ୍ୟରେ ଦ୍ୱିତୀୟ ଥରପାଇଁ ବୈଠକ ବସିବ।

ଏହି ଅବସରରେ ନରେନ୍ଦ୍ର ମୋଦୀ ତାମିଲନାଡୁ ବିମାନ ବନ୍ଦରରେ ଅବତରଣ କରିବା ପରେ ନିଜର ଖୁସି ବ୍ୟକ୍ତି କରି କହିଛନ୍ତି ଯେ ପରମ୍ପରା ଓ ଆତିଥ୍ୟ ପାଇଁ ତାମିଲନାଡୁ ବେଶ ଜଣାଶୁଣା। ଏଥିସହ ସେ ତାମିଲନାଡୁରେ ଭାରତ ଓ ଚୀନର ସାମରିକ ବୈଠକ ଅନୁଷ୍ଠିତ ହେଉଥିବାରୁ ସେ ବହୁତ ଖୁସି ଓ ଏହି ବୈଠକ ଭାରତକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି।