ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ଙ୍କ ମୃତ୍ୟୁ

କରଞ୍ଜିଆ,ଏନ୍ଏନ୍ଏସ୍: ଯଶିପୁର ଥାନା ଅନ୍ତର୍ଗତ ଚାଇନେବଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ସମୟରେ କାର ଯୋଗେ ରାଇରଙ୍ଗପୁର ଏସଡିଜେଏମ ଏବଂ ତାଙ୍କ ସ୍ୱାମୀ ଘରକୁ ଯାଉଥିଲେ। ଏହି ସମୟରେ କାରଟି ୪୯ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ପିଟି ହୋଇଥିଲା।

ଫଳରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କ ମୃତ ହେଇଛନ୍ତି। ଯଶିପୁର ମେଡିକାଲ ଅଫିସର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଯଶିପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ସ୍ମରଣିକାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ସ୍ବାମୀଙ୍କ ସହିତ ଗାଁକୁ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଯାଉଥିଲେ।