ନୂଆଦିଲ୍ଲୀ,ଏଜେନ୍ସି: ଏସିଆ ତଥା ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରୀ ଚୟନ ଆରମ୍ଭ କରିଦେଇଛନ୍ତି। ଏହାର ପ୍ରଥମ ଚରଣରେ ମୁକେଶ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଭାରତର ସବୁଠୁ ବଡ଼ ଟେଲିକମ୍ ଇଣ୍ଡଷ୍ଟ୍ରିର ଦାୟିତ୍ବ ଦେଇଛନ୍ତି। ସେହିପରି ମୁକେଶ ଅମ୍ବାନୀ ତାଙ୍କ ଝିଅ ଇଶାଙ୍କୁ ରିଟେଲ ୟୁନିଟ୍ ଦାୟିତ୍ବ ଦେଇପାରନ୍ତି। ଏନେଇ ଏକ ଜାତୀୟ ଖବରଦାତା ରିପୋର୍ଟରେ ପ୍ରକାଶ କରିଛି। ଏଥିସହିତ ତାଙ୍କର ସାନ ପୁଆ ଅନନ୍ତ ଅମ୍ବାନୀଙ୍କୁ ଗ୍ରୀନ୍ ଏନର୍ଜୀ ଦାୟିତ୍ବ ଦେଇପାରନ୍ତି।