ଉଦୟପୁର: ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଷ୍ଟାଟସ ରଖିଥିବା ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଉକ୍ତ ଘଟଣାଟି ଉଦପୁରର ଧାନମଣ୍ଡୀରେ ଘଟିଛି । ମୃତକ କହ୍ନେୟା ଲାଲଙ୍କର ଟେଲରିଂ ଦୋକାନ ଥିଲା । ହତ୍ୟାକାରୀ ମୃତକଙ୍କ ଦୋକାନକୁ ସିଲେଇ କରିବାକୁ ଆସି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ, ସମ୍ପୂର୍ଣ୍ଣ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ କହିଛନ୍ତି ଯେ, ଉଦୟପୁରରେ ଯୁବକଙ୍କ ଜଘନ୍ୟ ହତ୍ୟାକାଣ୍ଡକୁ ଭର୍ତ୍ସନା କରୁଛି । ଉକ୍ତ ଘଟଣାରେ ସାମିଲ ଥିବା ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପୁଲିସ ସବୁ ଦିଗରୁ ଯାଞ୍ଚ କରୁଛି ।