ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର, ୨ ଆହତ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣସାହିରେ ଆଜି ମଧ୍ୟାହ୍ନରେ ଏକ କାର ଭାରସାମ୍ୟ ହରାଇ ଘରର କାନ୍ଥରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରରେ ଥିବା ମା ଓ ପୁଅ ଆହତ ହୋଇଛନ୍ତି । ସେମାନେ ହେଲେ କୁଣ୍ଢେଇଗୋଳା ଥାନା ଗମ୍ଭାରୀପାଳ ଗ୍ରାମର ମୁକେଶ ମିଶ୍ର (୨୭) ଏବଂ ତାଙ୍କ ମା’ ଅମୂଲ୍ୟ ମଞ୍ଜରୀ ମିଶ୍ର (୪୭) । ମିଳିଥିବା ରିପୋର୍ଟ ମୁତାବକ, ମୁକେଶ ଓ ତାଙ୍କ ମା’ କୌଣସି କାମରେ କାର ଯୋଗେ ଦେବଗଡ଼ ଯାଇ ଘରକୁ ଫେରୁଥିଲେ । ସେହି ସମୟରେ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ କଡ଼ରେ ବ୍ରାହ୍ମଣସାହିର ପୂଜକ ଧୂବେଇଧର ନନ୍ଦଙ୍କ ଘରର କାନ୍ଥରେ ଭାରସାମ୍ୟ ହରାଇ କାରଟି ପିଟି ହୋଇଥିଲା । ଦୁର୍ଘଟଣା ଘଟିବା କ୍ଷଣି ସ୍ଥାନୀୟ ଜନସାଧାରଣ ଦୌଡ଼ି ଆସି ଦୁହିଁଙ୍କୁ ଉଦ୍ଧାର କରି ଛତାବର ମେଡିକାଲକୁ ନେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।