ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାୱତଙ୍କୁ ଇଡି ଦ୍ୱିତୀୟଥର ପାଇଁ ସମନ ଜାରି କରିଛି । ପାତ୍ରା ଚୋଲ ଭୂମି ଘୋଟାଲାରେ ଜୁଲାଇ ୧ରେ ସକାଳ ୧୧ଟାରେ ଇଡି ସାମ୍ନାରେ ହାଜର ହେବା ପାଇଁ ରାୱତଙ୍କୁ କୁହାଯାଇଛି । ଉକ୍ତ ମାମଲାରେ ଆଜି ଇଡି ସମ୍ମୁଖରେ ହାଜର ହେବା ପାଇଁ ରାୱତଙ୍କୁ ଗତକାଲି ସମନ ପଠାଯାଇଥିଲା ।
ଏହି ସମନ ପରେ ସଞ୍ଜୟ ରାୱତ କହିଥିଲେ ଯେ, ମୁଁ ପଛକୁ ହଟିବି ନାହିଁ । ମୋତେ ଇଡି ଡକାଇଥିବା ନେଇ ମୁଁ ଏବେ ଜାଣିବାକୁ ପାଇଲି । ଆମେ ଯେତେବେଳେ ବଡ଼ ଲଢ଼େଇରେ ଅଗ୍ରସର ହେଉ ସେତେବେଳେ ଆମକୁ ରୋକିବା ପାଇଁ ଏପରି ଉପାୟ ଆପଣା ଯାଇଥାଏ । ମୁଁ ବାଲାସାହେବ ଠାକେରଙ୍କ ଶିବ ସୈନିକ ସେଥିପାଇଁ ଗୌହାଟୀ ରାସ୍ତା ଆପଣାଇବିନି । ଆସ ମୋତେ ଗିରଫ କର, ଜୟ ହିନ୍ଦ ।