ଜି-୭ ନେତାଙ୍କୁ ସ୍ୱତନ୍ତ୍ର ଉପହାର ଭେଟିଲେ ମୋଦୀ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ଓ ଐତିହ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦା ସର୍ବଦା ଚେଷ୍ଟିତ । ଏହି ପରିପ୍ରେକ୍ଷୀରେ ଜି-୭ ସମିଟରେ ଭାଗ ନେବା ପାଇଁ ଜର୍ମାନୀ ଯାଇଥିବା ମୋଦୀ ସେଠାରେ ଉପସ୍ଥିତ ଥିବା ସମସ୍ତ ରାଷ୍ଟ୍ରଧ୍ୟକ୍ଷଙ୍କୁ ସଂସ୍କୃତିକୁ ଗୁରୁତ୍ୱ ଦେଉଥିବା ଅମୂଲ୍ୟ ଉପହାର ଭେଟିଛନ୍ତି । ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ପ୍ଲାଟିନମ ପେଣ୍ଟେଡ ହ୍ୟାଣ୍ଡ ପେଣ୍ଟେଡ ଟି-ସାର୍ଟ, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୁଙ୍କୁ ବାରଣାସୀର ରାମ ଦରବାର, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟ ପର୍ଣ୍ଣାଣ୍ଡିଜଙ୍କୁ ଛତିଶଗଡ଼ର ନନ୍ଦି ଥୀମଯୁକ୍ତ ଡୋକରା କଳା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବାରଣାସୀର ମୀନାକରୀ ବ୍ରୋଚ ଓ କଫିଲିଙ୍କ ସେଟ ଦେଇଛନ୍ତି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଜରଦୋଜୀ ଡବାରେ ଆଇଟିଆର ବୋତଲ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରୋଗୀଙ୍କୁ ମାର୍ବଲ ଇନଲେ ଟେବୁଲ ଟପ୍ ଦେଇଛନ୍ତି ।

ସୂଚନାଯୋଗ୍ୟ, ଜି-୭ ସମିଟରେ ଆମନ୍ତ୍ରିତ ହୋଇଥିବା ନେତାଙ୍କୁ ପ୍ରଧାନମନ୍ତ୍ରୀ ଯେଉଁ ଉପହାର ଦେଇଛନ୍ତି ତା’ର ଏକ ସାଂସ୍କୃତିକ ଇତିହାସ ଓ ପରମ୍ପରା ରହିଛି । ଏହି ଉପହାର ଭାରତର ଭିନ୍ନ ଭିନ୍ନ ଅଞ୍ଚଳର କଳା ଓ ଐତିହ୍ୟର ବିଶେଷତାକୁ ପରିଚିତ କରାଉଛି ।