ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଜାରି ରହିଥିବା କ୍ଷମତା ଲଢ଼େଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ ବୋଲି ସୂଚନା ମିଳିଛି । ପାର୍ଟିରେ ନେତାଙ୍କ ବିଦ୍ରୋହ ପରେ ଥରେ ନୁହେଁ ବରଂ ୨ଥର ଉଦ୍ଧବ ଇସ୍ତଫା ଦେବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତାଙ୍କ କହିବା ଯୋଗୁ ଉଦ୍ଧବ ଇସ୍ତଫା ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ । ଇସ୍ତଫା ପାଇଁ ଉଦ୍ଧବ ବିଦାୟୀ ଭାଷଣ ପ୍ରସ୍ତୁତ କରି ସାରିଥିବା ନେଇ ମଧ୍ୟ ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଦ୍ରୋହୀ ନେତା ଏକନାଥ ସିନ୍ଧେ ନିଜ ସମର୍ଥକଙ୍କ ସହ ଯେଉଁଦିନ ସୁରତ ଯାଇଥିଲେ ସେହିଦିନ ସଂଧ୍ୟା ୫ଟାରେ ଉଦ୍ଧବ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ । କିନ୍ତୁ ଏମବିଏର ଜଣେ ବଡ଼ ନେତା ବୁଝାଇବାରୁ ଉଦ୍ଧବ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ ।