କୁଲଗାମରେ ୨ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । କୁଲଗାମ ଜିଲ୍ଲାରେ ୨ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରିଥିବା ଜଣାପଡ଼ିଛି ।

ପୁଲିସ ମୁତାବକ, କୁଲଗାମର ନୌପୋରା-ଖେରପୋରା ଓ ତ୍ରୁବଜୀ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପ୍ରାଣ ହରାଇଥିବା ଆତଙ୍କବାଦୀ ଲସ୍କ-ଏ-ତୈୟବା ସହ ଜଡ଼ିତ ।

ସୂଚନାଯୋଗ୍ୟ, ସୀମା ଆରପଟୁ ପାଖାପାଖି ୧୫୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏଥିସହିତ ପାଖାପାଖି ୫୦୦ରୁ ୭୦୦ ଆତଙ୍କବାଦୀ ୧୧ଟି ଟ୍ରେନିଂ କ୍ୟାମ୍ପ ଚଲାଇଛନ୍ତି ।