ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ କୃଷି ଜିଲ୍ଲା କାର୍ଯ୍ୟାଳୟରେ ଆଜିଠୁ ୬ଦିନ ପର୍ଯ୍ୟନ୍ତ ବ୍ଲକର ସମସ୍ତ ୩୦ଟି ପଞ୍ଚାୟତରେ କୃଷି ରଥ ଯାଇ ସବୁ ଚାଷୀଙ୍କୁ ସଚେତନ କରାଇବ । ଏହି କାର୍ଯ୍ୟକ୍ରମକୁ ପାଟଣାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ରଥର ଶୁଭ ଉଦଘାଟନ କରିଛନ୍ତି । ସରକାରଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବିଷୟରେ ଚାଷୀଙ୍କ ଅବଗତି ପାଇଁ ପାଲା ମାଧ୍ୟମରେ ଲୋକଙ୍କୁ ସଚେତନ ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ସରକାର ହାତକୁ ନେଇଛନ୍ତି ବୋଲି ବିଧାୟକ ଓ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ପଣ୍ଡା, ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର, ପିଙ୍କୁ ସେନ କର ଓ ସୁଜିତ କୁମାର ଭୋଇଙ୍କ ସହ ଅନ୍ୟ କମର୍ଚାରୀମାନେ ଉପସ୍ଥିତ ଥିଲେ ।