ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ରୌପଦୀଙ୍କୁ ଭେଟିବା ନେଇ ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଦ୍ରୌପଦୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ପହଞ୍ଚିବା ପରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଦର୍ଶ ଗୁପ୍ତା, ସାଂସଦ ମନୋଜ ତିୱାରୀ ଓ ରମେଶ ବିଧୁଡୀଙ୍କ ସମେତ ଅନେକ ବିଜେପି ନେତା ତାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରେ ଉପସ୍ଥିତ ଥିଲେ । ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ଦ୍ରୌପଦୀଙ୍କ ନାମାଙ୍କନ ସମ୍ବନ୍ଧିତ କାଗଜପତ୍ର ପ୍ରସ୍ତୁତ କରାଯାଉଛି ।