ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଫେସବୁକ ଲାଇଭରେ ଉଦ୍ଧବ ଠାକରେ କହିଛନ୍ତି ଯେ, ଲୋକମାନେ ବିଶ୍ଳେଷଣ କରୁଥିଲେ ଯେ ମୋ ମୁହଁ ତଳକୁ ହୋଇ ଯାଇଥିବ । କିନ୍ତୁ ଏହା କରୋନା ପାଇଁ ଆଉ କିଛି କାରଣ ନାହିଁଁ । ଦୀର୍ଘ ଦିନ ପରେ ଆପଣଙ୍କ ସମ୍ମୁଖକୁ ଆସିଛି, କହିବା ପାଇଁ ବହୁତ କିଛି ଅଛି ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଆପଣ ମୋ ସାମ୍ନାକୁ ଆସି ସବୁକିଛି କୁହନ୍ତୁ । ଏକନାଥଙ୍କୁ ସୁରତ ଯାଇ କହିବାର କ’ଣ ଆବଶ୍ୟକ ଥିଲା । କିଛି ଲୋକ କହୁଛନ୍ତି ଏହା ବାଲ ଠାକରେଙ୍କ ଶିବସେନା ନୁହେଁ । ବାଲ ଠାକରେଙ୍କ ଦେବାହନ୍ତ ହେବା ପରେ ୨୦୧୪ରେ ଆମେ ଏକାକି ଲଢ଼ିଥିଲୁ । ମୁଁ ଗତ ଅଢ଼େଇ ବର୍ଷ ହେବା ମୁଖ୍ୟମନ୍ତ୍ରୀ ଅଛି ଏବଂ ଯେତିକି ବି ନେତାଙ୍କୁ ଚୟନ କରାଯାଇଛି ସେମାନେ ସମସ୍ତେ ବାଲ ଠାକରେଙ୍କ ଶିବସେନା ପାର୍ଟିର ।