ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ଆଜି ରିଆମାଳ ଓ ବୁଢ଼ାପାଳରେ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେବଗଡ଼ କଳାକାର ମଞ୍ଚର କଳାକାରବୃନ୍ଦ ନୃତ୍ୟ ଓ ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବାବେଳେ ଲାୟନ୍ସ କ୍ଲବର ସଭାପତି ଶୁକଦେବ ଭଞ୍ଜ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଭଞ୍ଜ ଓ କଳାକାରମାନେ ହେଲମେଟର ବ୍ୟବହାର, ଧୂମପାନ ନିଷେଧ ଓ ୪ ଚକିଆ ଯାନର ଡ୍ରାଇଭରମାନେ ସିଟ୍ ବେଲ୍ଟ ବ୍ୟବହାର କରିବାକୁ ସଚେତନ କରିଥିଲେ ।