ରାଜନୈତିକ ଝଡ଼ ମଧ୍ୟରେ ଉଦ୍ଧବ ଠାକରେଙ୍କୁ କରୋନା

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ ସରକାରଙ୍କ ଭବିଷ୍ୟତକୁ ନେଇ ଲଗାତାର ଭାବେ ଅନିଶ୍ଚିତତା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ଉଦ୍ଧବ ଠାକରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ନେତା କମଲନାଥ ଦାବୀ କରିଛନ୍ତି । କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଜୁନ୍ ୧୭ରେ ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେ ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଏବେ ଉଦ୍ଧବଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣାପଡ଼ିଛି । କମଲନାଥ କଂଗ୍ରେସ ବିଧାୟକ ଦଳର ବୈଠକ ପରେ ଉଦ୍ଧବ ଠାକରେଙ୍କୁ କରୋନା ହୋଇଥିବା ନେଇ ମିଡିଆକୁ ସୂଚନା ଦେଇଥିଲେ ।