ଭବାନୀପାଟଣାରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶାଖା ଉଦ୍‌ଘାଟିତ

ଭବାନୀପାଟଣା,ଏନ୍ଏନ୍ଏସ୍: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ୩୦ ତମ ଶାଖା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬ କେସିଙ୍ଗା ରାସ୍ତାରେ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅବିନାଶ ଜୀ ଯୋଗଦେଇ ଏହି ମହା ବ୍ୟାଙ୍କକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭବାନୀପାଟଣା ପୌରପରିଷଦର ଅଧ୍ୟକ୍ଷ୍ୟା ସଂଯୁକ୍ତା ବେହେରା ଓ ମହାରାଷ୍ଟ୍ର ବ୍ୟାଙ୍କର ଭୁବନେଶ୍ୱର ଜୋନାଲ ମ୍ୟାନେଜର ବିନୟ କୁମାର ଯୋଗଦେଇ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଆଗାମୀ ଦିନରେ କଳାହାଣ୍ଡି ଜନସାଧାରଣଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ସହ ସହଜ ବ୍ୟକ୍ତିଗତ ଲୋନ, ଗୃହ ଋଣ ଓ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ବୋଲି ପ୍ରକାଶ କରିଥିଲେ।

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଭବାନୀପାଟଣା ଶାଖାର ପ୍ରଭନ୍ଧକ ଶିବ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୃହ ଋଣ ଉପରେ ୭.୩୦%, ସ୍ୱର୍ଣ୍ଣ ଋଣରେ ମାତ୍ର ୭.୭୦ ପ୍ରତିଶତ ସୁଧରେ ଗ୍ରାହକଙ୍କୁ ଋଣ ଯୋଗାଇ ଦିଆଯିବ ଓ ୩ ଲକ୍ଷ ଋଣ ବାବଦରେ ମାଗଣା କାଗଜପତ୍ର ଚାର୍ଜ ରହିବ ବୋଲି ପ୍ରକାଶ କରିଥିଲେ।