ନୂଆଦିଲ୍ଲୀ: ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସାମିଲ ଥିବା ୨ ମୁଖ୍ୟ ସୁଟର ସମେତ ସେମାନଙ୍କ ମଡ୍ୟୁଲ ହେଡଙ୍କୁ ମଧ୍ୟ ଗିରଫ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛି । ଏମାନଙ୍କଠାରୁ ବଡ଼ ଧରଣର ହଥିୟାର ଓ ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି । ସମ୍ପୃକ୍ତ ୩ଜଣ ଷଡ଼ଯନ୍ତ୍ରକାରୀ ଗୋଲଡୀ ବରାଡ ସମ୍ପର୍କରେ ଥିଲେ ।
ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ତାରିଖରେ ପଞ୍ଜାବର ମନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ସିଦ୍ଧୁଙ୍କୁ ହତ୍ୟା କରିଥିବା ନେଇ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିଷ୍ନୋଇ ଗ୍ରୁପ ସ୍ୱୀକାର କରିଥିଲେ । ଲୋରେନ୍ସ ଏବେ ଦିଲ୍ଲୀର ତିହାଡ଼ ଜେଲରେ ବନ୍ଦ ଅଛିି ।