ବିଜେପି ସରକାରର ପ୍ରତିଶୋଧ ରାଜନୀତି ପ୍ରତିବାଦରେ ରିଆମାଳ ବ୍ଲକ୍‌ କଂଗ୍ରେସ ପକ୍ଷରୁ ବିଶାଳ ଗଣବିକ୍ଷୋଭ

ରିଆମାଳ,ଏନ୍ଏନ୍ଏସ୍: ବିଜେପି ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୁଲିସର ବର୍ବରତା ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ କଂଗ୍ରେସ ସଭାପତି ସୁଶୀଲ କୁମାର ସାହୁଙ୍କ ନେତୃତ୍ବରେ ଗଣବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ, ଜୋନ୍ ଦୁଇ ପୂର୍ବତନ ସଭାପତି ପ୍ରଶନ୍ନ କୁମାର ପ୍ରଧାନ, ଜୋନ୍ ୧ର ସଭାପତି ମିତ୍ରଭାନୁ ସ୍ବାଇଁ, ପୂର୍ବତନ ବ୍ଲକ୍‌ ସଭାପତି ସୁଶାନ୍ତ ସ୍ବାଇଁ, ବରିଷ୍ଠ କଂଗ୍ରେସ ନେତା ରସାନନ୍ଦ ବିଶ୍ବାଳ, ଅଶୋକ କୁମାର ବିଶି, ସଚିଦାନନ୍ଦ ସାହୁ, ରମେଶ ଚନ୍ଦ୍ର ବେହେରା, ଗାନ୍ଧୀଚରଣ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ଦିବାକର ଗଡନାୟକ, ଲଳିତ ମୋହନ ବେହେରା, ପ୍ରକାଶ ଚନ୍ଦ୍ର ଦେବତା ସମେତ ବହୁ କଂଗ୍ରେସ ନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗଣବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ।