ପୁଣି ଚମକିଲେ ନୀରଜ ଚ୍ରୋପା; ଫିନଲ୍ୟାଣ୍ଡରେ ଜିତିଲେ ସ୍ୱର୍ଣ୍ଣ, ୮୬.୬୯ମି ଫିଙ୍ଗିଲେ ଜାଭ୍‌ଲିନ୍‌

ନୂଆଦିଲ୍ଲୀ,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସ-୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ପୁଣି ଥରେ ଚମକିଛନ୍ତି। ଫିନ୍‌ଲାଣ୍ଡରେ ଜାରିଥିବା କୁଓର୍ତାନେ ଗେମ୍ସରେ ନୀରଜ ଚୋପ୍ରା ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରା ଏଠାରେ ୮୬.୬୯ ମିଟର ଦୂର ଜାଭଲିନ ଫିଙ୍ଗି ଥିଲେ ଓ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ଏହି କାମ କରିପାରି ନଥିଲେ। ବିଗତ ଦିନରେ ମଧ୍ୟ ନୀରଜ ଚୋପ୍ରା ନ୍ୟାଶନାଲ ରେକର୍ଡ ପ୍ରତିଷ୍ଠା କରିଥିଲେ।

ନୀରଜ ଚୋପ୍ରା ଏଠାରେ ପ୍ରଥମ ଉଦ୍ୟମରେ ୮୬.୬୯ ମିଟର ଜାଭଲିନ ଫିଙ୍ଗିଥିଲେ। ତାଙ୍କ ପାଖାପାଖି ମଧ୍ୟ କୌଣସି ଖେଳାଳି ଏହି କାମ କରିପାରି ନଥିଲେ। ନୀରଜ ବାକି ୨ ପାଳିକୁ ଫାଉଲ କରିଥିଲେ। କାରଣ ତାଙ୍କ ନାଁରେ ଆଉ କୌଣସି ଛୋଟ ସ୍କୋର ନଆସୁ। ତେବେ ନୀରଜ ଚୋପ୍ରା ଆଘାତ ପାଇବାରୁ ମଧ୍ୟ ବର୍ତ୍ତି ଯାଇଛନ୍ତି। ସେ ଯେତେବେଳେ ଜାଭଲିନ ଥ୍ରୋ କରୁଥିଲେ, ଅଚାନକ ତାଙ୍କର ପାଦ ଖସିଯାଇଥିଲା। କିନ୍ତୁ ନୀରଜ ଠିକ ଭାବରେ ଉଠି ପାରିଥିଲେ।

ଏହି କ୍ରୀଡ଼ାରେ ନୀରଜ ଚୋପ୍ରାଙ୍କ ସାମ୍ନାରେ ୨୪ ବର୍ଷୀୟ ଏଡରସନ ପୀଟର୍ସ ଥିଲେ, ଯିଏକି ଏଥର ୨ ଥର ୯୦ ମିଟରରୁ ଅଧିକ ଦୂର ଜାଭଲିନ ଫିଙ୍ଗି ସାରିଛନ୍ତି। କିନ୍ତୁ ଏଠାରେ ସେ ୯୦ ମିଟର ଦୂର ପୁନାରାବୃତ୍ତି କରିପାରି ନଥିଲେ। ତେଣୁ ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ନୀରଜ ଚୋପ୍ରାଙ୍କ ସଫଳତାରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଖୁସି ପ୍ରକାଶ କରିଛନ୍ତି। ସେ ନୀରଜ ଚୋପ୍ରାଙ୍କ ଏକ ଭିଡିଓ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି ଯେ, ନୀରଜକୁ ସୁନା ମିଳିଛି। ସେ ପୁଣି ଥରେ ଚାମ୍ପିଅନ ହୋଇଛନ୍ତି।