ଜୌନପୁର,ଏଜେନ୍ସି: ଉତ୍ତର ପ୍ରଦେଶର ଜୌନପୁରରେ ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ହିଂସା ମାମଲାରେ ୧୨୫ ଜଣଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥି ସହିତ ପୁଲିସ ୫୦୦ ଜଣ ଅଜ୍ଞାତଙ୍କ ନାଁରେ ମାମଲା ରୁଜୁ କରିଛି। ବଦଲାପୁର ଓ ସିକରାରା ପୁଲିସ ୪୧ ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି। ହିଂସା ସୃଷ୍ଟି କରିଥିବା ଲୋକଙ୍କର ସଂପତ୍ତି ଜବତ ହେବ ବୋଲି ପୁଲିସ କହିଛି।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ବଦଲାପୁରରେ ୩୧ ଓ ୧୫୦ ଜଣ ଅଜ୍ଞାତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସିକରାରାରେ ମୋଟ ୭୮ ଓ ୨୫୦ ଜଣ ଅଜ୍ଞାତଙ୍କ ନାଁରେ ମାମଲା ରୁଜୁ କରିଛି। ଜୁନ ୧୭ରେ ୱାଜିଦପୁରରେ ଉପଦ୍ରବ କରିଥିବା ମମଲାରେ ୧୬ ଜଣଙ୍କ ସମେତ ୧୦୦ ଅଜ୍ଞାତଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୁଲିସ ସିସିଟିଭି ମାଧ୍ୟମରେ ଉପଦ୍ରବକାରୀଙ୍କୁ ଚିହ୍ନଟ କରୁଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ।