ଜମ୍ମୁ କଶ୍ମୀର: ପମ୍ପୋରରେ ଏସ୍‌ଆଇଙ୍କୁ ହତ୍ୟା, ଅପହରଣ ପରେ ଗୁଳି କଲେ ଆତଙ୍କବାଦୀ!

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀର ପୁଲିସର ଜଣେ ସବ ଇନ୍ସପେକ୍ଟରଙ୍କ ମୃତଦେହ ଧାନ ଖେତରୁ ଉଦ୍ଧାର ହୋଇଛି। ଏସ୍‌ଆଇଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିବା କୁହାଯାଉଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ପୁଲିସ କହିବା ଅନୁସାରେ ଘଟଣାସ୍ଥଳରୁ ପ୍ରମାଣପତ୍ର ସଂଗ୍ରହ କରାଯାଉଛି। ମୃତକ ଏସ୍‌ଆଇ ହେଲେ ପମ୍ପୋର ଜିଲ୍ଲା ସମ୍ବୁରା ନିବାସୀ ଗନୀ ମୀରଙ୍କ ପୁଅ ଫାରକ ଅହମଦ ମୀର। ସେ ୨୩ ବିଏନ୍‌ ଆଇଆର୍‌ପିରେ ଓଏସ୍‌ଆଇ ଭାବେ ନିୟୋଜିତ ଥିଲେ। ପ୍ରାଥମିକ ତଦନ୍ତ ସମୟରେ ହୃଦୟ ନିକଟେରେ ଏକ ଗୁଳିର ଚିହ୍ନ ଦେଖିବାକୁ ମିଳିଥିଲା।