ନୂଆଦିଲ୍ଲୀ: କରୋନା କାଳରେ ବେରୋଜଗାରୀ ଦର କମିବାରେ ଲାଗିଛି । ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦-୨୧ରେ ବେରୋଜଗାରୀ ଦର ଖସି ୪.୨ ପ୍ରତିଶତ ହୋଇଯାଇଛି । କରୋନା କାଳରେ ହୋଇଥିବା ଲକଡାଉନ ଯୋଗୁ ଭାରତର ଚାକିରି ମାର୍କେଟରେ ଅଧିକ ପ୍ରଭାବ ପଡ଼ିନାହିଁ । ୨୦୧୯-୨୦ରେ ଭାରତର ବେରୋଜଗାରୀ ଦର ୪.୮ ପ୍ରତିଶତ ହୋଇଥିଲା ।
ସୂଚନାଯୋଗ୍ୟ, ଗତ ୪ ବର୍ଷରେ ବେରୋଜଗାରୀ ଦର ଲଗାତାର ଭାବେ କମିବାରେ ଲାଗିଛି । ଶ୍ରମିକ ଜନସଂଖ୍ୟା ଅନୁପାତରେ ମଧ୍ୟ ସୁଧାର ହୋଇଛି ।